لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ବିଜେଡିରେ ଯୋଗଦେଲେ ସୁଜାତା

ବିଜେଡିରେ ଯୋଗଦେଲେ ସୁଜାତା

يونيو 25, 2026  Sachchida Nanda Mahakur  57 مشاهدة
ବିଜେଡିରେ ଯୋଗଦେଲେ ସୁଜାତା

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ସୁଜାତା ରାଉତ କାର୍ତ୍ତିକେୟନ । ଆଜି ଶଙ୍ଖ ଭବନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ସୁଜାତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ଦୀର୍ଘ ୨୪ ବର୍ଷ ଧରି ମୋତେ ସୁଯୋଗ ମିଳିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସେବା କରିବା ପାଇଁ । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି ସୁଜାତା ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط