ଖପ୍ରାଖୋଲ : ୧୨।୬ (ନିୟୁଜ ପ୍ଳସ ଓଡ଼ିଆ ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତର କୁଠୁର୍ଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରାହ ଫାସରେ ପଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କୁଠୁର୍ଲା ଗ୍ରାମର ଗଦାଧର ମଲ୍ଲିକ (୩୩) । ସୁଚନା ଅନୁସାରେ ଗୁରୁବାର ରାତି ଆଠଟା ସମୟରେ ଗ୍ରାମ ନିକଟସ୍ଥ ଛୋଟିଆ କେନାଲକୁ ମାଛ ଧରିବା ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ । ସେଠାରେ ବରାହ ଫାସରେ ପଡି ଗଦାଧର ଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମର କିଛି ଅସାମାଜିକ ଲୋକ ବାରହା ଶିକାର ପାଇଁ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସଂଯୋଗ ନେଇ ଜମି ନିକଟରେ ତାର ବିଛାଇ ରଖିଥିବା ଅଭିଯୋଗ ହେଉଛି । ଅନ୍ଧାର ରାତିରେ ଗଦାଧର ସେହି ତାର ଦେଖି ନପାରି ସେଥିରେ ଫସି ଯିବା ଫଲରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଘଟିବା ପରେ ନିଜ ଅପରାଧ କୁ ଲୁଚାଇବା ପାଇଁ ଦୁର୍ବୃତ୍ତମାନେ ମୃତଦେହକୁ ପ୍ରାୟ ୨ରୁ ୩ କିଲୋମିଟର ଦୂର ଜଙ୍ଗଲ ଭିତରକୁ ବୋହି ନେଇ ପୋତି ଦେଇଥିଲେ । ଏଘଟଣା ସମ୍ପର୍କରେ ଖପ୍ରାଖୋଲ ପୋଲିସ ଖବର ପାଇଁ ଉକ୍ତ ଗ୍ରାମକୁ ପହଞ୍ଚି ଚାରିଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବାବେଳେ ଆଉ ଦୁଇଜଣ ଫେରାର ଥିବା ଜଣାପଡ଼ିଛି ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *