LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ୫୩ କେଜି ଗଞ୍ଜେଇ ସହ ପିକପଭ୍ୟାନ ଜବତ

୫୩ କେଜି ଗଞ୍ଜେଇ ସହ ପିକପଭ୍ୟାନ ଜବତ

Tem 02, 2026  Sachchida Nanda Mahakur  63 görüntüleme
୫୩ କେଜି ଗଞ୍ଜେଇ ସହ ପିକପଭ୍ୟାନ ଜବତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଲିସ ଗୁରୁବାର ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଉକ୍ତ ଥାନା କୁହାବାଉଁଶ ଗ୍ରାମରରେ ଚଢାଉ କରିଥିଲା । ଚଢାଉ ସମୟରେ ୫୩ କେଜି ଗଞ୍ଜେଇ ସହ ଗୋଟିଏ ପିକପଭ୍ୟାନକୁ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ମାରିଛି । ସୁଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଏସପି ଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ ପୁଲିସ ଉକ୍ତ ଥାନା କୁହାବାଉଁସ ଗ୍ରାମକୁ ଯାଇ ଚଢ଼ାଉ କରିଥିଲା । ଚଢାଉ ସମୟରେ ଏକ ପିକପଭ୍ୟାନକୁ ଜାଞ୍ଚ କରିଥିଲା । ଜାଞ୍ଚ କରିବା ସମୟରେ ପିକପଭ୍ୟାନରେ ଗଞ୍ଜେଇ ଲୋଡ ହୋଇଥିବା ଦେଖିବାକୁ ପାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପୁଲିସ କୁଦେଖି ଘଟଣା ସ୍ଥଳରୁ ଫେରାର ମାରିଥିଲା । ପରେ ପୁଲିସ ଘଟଣା ସ୍ଥଳରୁ ଜବତ ହୋଇଥିବା ଗଞ୍ଜେଇ ସହ ପିକପଭ୍ୟାନକୁ ଥାନାକୁ ଆଣି ଅଧିକ ତଦନ୍ତ କରିଥିଲା । ତଦନ୍ତ ପରେ ଭିକପଭ୍ୟାନରେ ୫୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଏଘଟଣା ସମ୍ପର୍କରେ ପୁଲିସ କେସ ନଂ ୧୭୩/୨୦୨୬ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası