NewsPlus Odia - Breaking News, Politics, Crime, Daily News

Header
collapse
...
Home / Education / ଗଡ ଜଗିଛନ୍ତି ମାଁ ପାଟଣେଶ୍ଵରୀ

ଗଡ ଜଗିଛନ୍ତି ମାଁ ପାଟଣେଶ୍ଵରୀ

Jun 13, 2026  Sachchida Nanda Mahakur  11 views
ଗଡ ଜଗିଛନ୍ତି ମାଁ ପାଟଣେଶ୍ଵରୀ

ପାଟଣାଗଡ଼: ରାଜତନ୍ତ୍ର କାଳରେ ଏକ ସମୃଦ୍ଧ ରାଜ୍ୟର ମାନ୍ୟତା ପାଇଥିଲା ପାଟଣା ଷ୍ଟେଟ , ପଶ୍ଚିମରେ ଅବସ୍ଥିତ ଏହି ରାଜ୍ୟର ଇତିହାସ ଅତି ରୋଚକ । ମାତ୍ର ପାଟଣେଶ୍ଵରୀ ଦେବୀଙ୍କୁ ବାଦ ଦେଇ ପାଟଣା ରାଜ୍ୟର ଇତିହାସ ପରିକଳ୍ପନା କରାଯାଇ ନପାରେ ? କାରଣ ସେ ହେଉଛନ୍ତି ଏହି ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ । ରାଜା ମାଧବଚନ୍ଦ୍ର ଦେବଙ୍କ ଅମଳରୁ ପାଟଣା ରାଜ୍ୟର ମାଁ ’ ଭାବରେ ପାଟଣେଶ୍ବରୀ ପୂଜାପାଇ ଆସୁଛନ୍ତି । ବର୍ତ୍ତମାନ ରାଜତନ୍ତ୍ର ନାହିଁ କି ପାଟଣା ରାଜ୍ୟବି ନାହିଁ , ତଥାପି ଏବେ ବି ମାଁ ପାଟଣେଶ୍ଵରୀ ଦେବୀଙ୍କୁ ଭକ୍ତି ଭାବରେ ପୂଜା କରାଯାଉଛି I ସେହି ହିଁ ଗଡ଼ ଜଗିଛନ୍ତି ବୋଲି ଏବେ ବି ଲୋକଙ୍କ ମନରେ ବିଶ୍ବାସ ରହିଛି । ବର୍ଷର ବିଭିନ୍ନ ସମୟରେ ଏକଦା ଉପାସନା ଓ ସାଧନାର କେନ୍ଦ୍ରସ୍ଥଳୀ ଥିଲା କୁଆଁରୀପାଟଣା । ଦୂରଦୂରାନ୍ତରରୁ ତନ୍ତ୍ର ସାଧକ ଏଠାକୁ ସାଧନା ପାଇଁ ଆସୁଥିଲେ ବୋଲି ଦେବୀଙ୍କର ଯାନିଯାତ୍ରା କରାଯାଇଥାଏ । ମାତ୍ର ଦଶହରା ସମୟରେ କରାଯାଉଥିବା ମାଁ ଙ୍କ ଷୋହଳ ପୂଜା ସବୁଠୁ ସ୍ବତନ୍ତ୍ର । ତତ୍କାଳୀନପାଟଣା ରାଜ୍ୟର ରାଜଧାନୀ ଓ ବର୍ତ୍ତମାନର ବଲାଙ୍ଗୀର ଜିଲାର ପ୍ରମୁଖ ସହର ହେଉଛି ପାଟଣାଗଡ଼ ? ବଲାଙ୍ଗୀର ସଦର ମହକୁମାଠାରୁ ପାଟଣାଗଡ କିଛି ଦୂରରେ ଅବସ୍ଥିତ ହୋଇଥିବା ବେଳେ ଏଠାରେ ପାଟଣେଶ୍ବରୀ ପୂଜା ପାଉଛନ୍ତି । ସୂଚନା ଅନୁସାରେ, ଖ୍ରୀଷ୍ଟପୂର୍ବ ୫୪ ରେ ପାଟଣା ରାଜା ମାଧବଚନ୍ଦ୍ର ଦେବଙ୍କ ଦ୍ଵାରା ପାଟଣେଶ୍ଵରୀ ଦେବୀଙ୍କ ପୂଜା କରାଯାଉଥିଲା । ପ୍ରତିବର୍ଷ ଦଶହରା ସମୟରେ ମାଁ ' ଙ୍କର ଷୋହଳ ପୂଜାକରୁଥିବା ବେଲେ ପ୍ରତିଦିନ ଯନ୍ତ୍ର ପୂଜା ସହ ମାଁ ' ଙ୍କର ଷୋଡଶ ଉପଚାର କରାଯାଇଥାଏ । ପ୍ରତିବର୍ଷ ମହାଳୟାରେ ମାଁ ସମଲେଶ୍ବରୀଙ୍କ ଝାରବଏଲ ଯାତ୍ରା ଅନୁଷ୍ଠିତ ଥିବା ବେଳେ ପ୍ରତିପଦା ଦିନ ମା' ପାଟଣେଶ୍ଵରୀ ଦେବୀଙ୍କ ଝାରବଏଲ ଯାତ୍ରା ଅନୁଷ୍ଠିତ ହେବାର ବିଧ୍ ରହିଛି । ଏହିଦିନ ବରୁଆ ଦେହରେ ଦେବୀଙ୍କ ଆଗମନ ହୋଇ ଗଡ଼ର ଚାରିଟି ଦ୍ଵାରର କିଳନ ଓ ଦୈବୀଶକ୍ତି ଦ୍ଵାରା ସୁରକ୍ଷା ଭେଦ କରାଯାଏ । ଏହାପରେ ନଗର ପରିକ୍ରମା କରି ଦେବୀ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି I ନବମୀ ରାତିରେ ମା' ସମଲେଶ୍ଵରୀ, ପାଟଣେଶ୍ଵରୀ ଓ ଟଙ୍ଗେଇ ଦେବୀ ମିଳିତ ଭାବରେ ନଗର ପରିକ୍ରମା କରନ୍ତି । ଏହାକୁ ନବମୀ ବଏଲ ବା ଖପର ଚୁପା ଯାତ୍ରା କୁହାଯାଏ । ଏହିଦିନ ବରୁଆ ଦେହରେ ଦେବୀଙ୍କ ଆଗମନ ହୋଇ ଗୋଟିଏ ବର୍ଷ ପାଇଁ ସୁରକ୍ଷା ଭେଦ ନିର୍ମାଣ କରିଥାନ୍ତି । ଏହିଭଳି ଭାବରେ ମାଁ ' ପାଟଣେଶ୍ଵରୀ ପାଟଣାଗଡ଼କୁ ତାଙ୍କର ଛତ୍ରଛାୟା ତଳେ ରଖିଆସିଛନ୍ତି । ତେଣୁ ପାଟଣାଗଡ଼ରେ ଧୂମଧାମରେ ମାଁ ଙ୍କ ଷୋହଳ ପୂଜା ପାଳନ କରାଯାଇଥାଏ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy