NewsPlus Odia - Breaking News, Politics, Crime, Daily News

Header
collapse
...
Home / Education / ଧୁମାଭଟା ଅଞ୍ଚଳରେ ୧୩ ଟିକିଆ ହାତୀ ପଳଙ୍କ ଉତ୍ପାଦ

ଧୁମାଭଟା ଅଞ୍ଚଳରେ ୧୩ ଟିକିଆ ହାତୀ ପଳଙ୍କ ଉତ୍ପାଦ

Jun 13, 2026  Sachchida Nanda Mahakur  73 views
ଧୁମାଭଟା ଅଞ୍ଚଳରେ ୧୩ ଟିକିଆ ହାତୀ ପଳଙ୍କ ଉତ୍ପାଦ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ପଞ୍ଚାୟତ ଜଳିଆ ଗାଁରେ ୧୩ ଟିକିଆ ହାତୀ ପଲ ଙ୍କ ଉତ୍ପାଦ ଦେଖିବାକୁ ମିଳିଛି । ଗାଁର କିଛି ଲୋକଙ୍କ ଘର ଦ୍ଵାର ଭାଙ୍ଗିବା ସହ ଧାନ ଫସଳ ଓ ଆମ୍ବ ଗଛ ଗୁଡ଼ିକ ନଷ୍ଟ କରିଦେଇଥିବାର ଅଭିଯୋଗ ହେଉଛି । ଖବରପାଇ ଘଟଣା ସ୍ଥଳକୁ ବନବିଭାଗର କର୍ମଚାରୀ ମାନେ ପହଞ୍ଚି ହାତୀ ପଳକୁ ଘୋଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ହାତୀ ପଳ ଗୁଡ଼ିକ ସ୍ଥାନୀୟ ଜଙ୍ଗଲରେ ଘୁରି ବୁଲୁଥିବା ସୁଚନା ମିଳିଛି । ଏଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବନମାଳୀ ନାଏକ ଜାଣିବା ପରେ ସେ କ୍ଷତିଗ୍ରସ୍ତ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଥିଲେ । ଏପରିକି ସରପଞ୍ଚ ଶ୍ରୀ ନାଏକ ଘର ଭାଙ୍ଗି ଥିବା ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଘର ଯୋଗାଇ ଦେବାକୁ ବେଲପଡ଼ା ବିଡ଼ିଓ ଓ ପାଟଣାଗଡ ଉପଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy