NewsPlus Odia - Breaking News, Politics, Crime, Daily News

Header
collapse
...
Home / Education / ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Jun 13, 2026  Sachchida Nanda Mahakur  51 views
ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାଟଣାଗଡ଼ : ପାଟଣାଗଡ ପଞ୍ଚାୟତ ସମିତି କକ୍ଷଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବ୍ଳକ ଅଧ୍ୟକ୍ଷ ନିଳକାନ୍ତ ବାଗ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ସୁମନ୍ତ୍ର ମିଞ୍ଜ ସଂଯୋଜନା କରିଥିଲେ। ବୈଠକ ଠକରେ ନିର୍ବାଚିତ ସରପଞ୍ଚ ଏବଂ ସମିତିସଭ୍ୟମାନେ ଅଞ୍ଚଳରେ ଉନ୍ନୟନମୂଳକ କାମ ହୋଇପାରୁନ ନଥିବା ନେଇ ଅଭିଯୋଗ କରିଥିଲେ। । ପୂର୍ବରୁ ଉନ୍ନତିମୂଳକ କାମ ପାଇଁ ୨୩ ଜଣ ବିଜେଡି ସମର୍ଥିତ ସସିତିସଭ୍ୟ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଦିନ ଧାରଣାପରେ ଜିଆଇଏ ଫଣ୍ଟର କାମ ସମିତିସଭ୍ୟ ସଭ୍ୟାଙ୍କ ତତ୍ତ୍ୱାବଧାନରେ ହେବ ବୋଲି କୁହାଯାଇଥିଲା । ଏହି ପ୍ରସଙ୍ଗ ସମିତି ବୈଠକରେ ମଧ୍ଯ ରେଜୁଲେସନକରି ଅନୁମୋଦନ ମଧ୍ୟ କରାଯାଇଥିଲା I ହେଲେ ବିଜେପି ସମର୍ଥିତ ସସିତି ସଭ୍ୟସଭ୍ୟା ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ସମିତି ସଂଘ ସଭାପତି ଗୋବିନ୍ଦ ମେହେର, ସଂପାଦକ ଜୟନ୍ତ୍ର କୁମ୍ଭାର ଅଭିଯୋଗ କରିଥିଲେ। ତେବେ ଦୁଇଗାଷ୍ଠୀ ଜନପ୍ରତିନିଧ ଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଅଞ୍ଚଳରେ ଉନ୍ନତିମୂଳକ କାମ ହୋଇପାରୁନାହିଁ । ଫଳରେ ନିର୍ବାଚିତ ପ୍ରତିନିଧିମାନେ ନିଜ ଅଞ୍ଚଳରେ ଲୋକହସା ହେଉଛନ୍ତି । ଅଞ୍ଚଳର ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy