NewsPlus Odia - Breaking News, Politics, Crime, Daily News

Header
collapse
...
Home / Odisha / ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Jul 02, 2026  Sachchida Nanda Mahakur  40 views
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ତମିଆ ପଞ୍ଚାୟତ ଅଏଲାତୁଙ୍ଗା ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଗୁରୁବାର ଏକତ୍ରିତ ହୋଇ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ବା ମୁଖ୍ୟ ଫାଟକରେ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ । ସୁଚନା ଅନୁସାରେ ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨ ସହ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ବର୍ତ୍ତମାନ ୫ ଜଣ ଶିକ୍ଷକ ପାଠ ପଢାଉଛନ୍ତି । ପୁର୍ବରୁ ଏହି ସ୍କୁଲରେ ୭ ଜଣ ଶିକ୍ଷକ ପାଠ ପଢ଼ାଉଥିଲେ । ସେଥିମଧ୍ୟରୁ ଜଣଙ୍କର ୧ ବର୍ଷହେଲା କୈ।ଣସି କାରଣ ଯୋଗୁଁ ଛୁଟିରେ ଥିବାବେଲେ ଆଉଜଙ୍କର ଅନ୍ୟ ସ୍କୁଲକୁ ଡେପୁଡେସନରେ ଯାଇଛନ୍ତି । ସେଥିପାଇଁ ପଠାପଢାରେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଶିକ୍ଷକ ଡେପୁଡେସରେ ଅନ୍ୟ ସ୍କୁଲକୁ ଯାଇଛନ୍ତି ସେଇଟା ପୁଣି ବାତିଲ କରାଯାଉ ଓ ସ୍କୁଲରେ ଖାଲି ପଡିଥିବା ସମସ୍ତ ପଦବିଗୁଡିକ ଖୁବ୍ ଶୀଘ୍ର ପୁରଣ କରାଯାଉ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆଜି ଏକତ୍ରିତ ହୋଇ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ଦାବି ପୂରଣ ନହେବା ଯାଏ ଧାରଣ ଜାରିରହିବ ବୋଲି ସେମାନେ ଅଡି ବସିଥିଲେ । ଏଘଟଣା ସମ୍ପର୍କରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ବା ବିଭାଗୀୟ ଅଧିକାରୀ ଙ୍କୁ ଜଣାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । କିଛି ସମୟପରେ ସ୍ଥାନୀୟ ପ୍ରଶାସନ ଧାରଣା ସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଧାରଣାରୁ ଓହରିଥିଲେ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy