LaraMag - Sistem Berita / Majalah Laravel Multibahasa

Header
collapse
...
Home / Education / ରୋଗୀ ଙ୍କ ସ୍ଵାମୀକୁ ଡାକ୍ତର ଖାନାରେ ମାଡ ମାରିବା ଘଟଣା ଦୁଇ ସିକୁରିଟ ଗାଡା ଗିରଫ

ରୋଗୀ ଙ୍କ ସ୍ଵାମୀକୁ ଡାକ୍ତର ଖାନାରେ ମାଡ ମାରିବା ଘଟଣା ଦୁଇ ସିକୁରିଟ ଗାଡା ଗିରଫ

Jun 12, 2026  Sachchida Nanda Mahakur  43 kali dilihat
ରୋଗୀ ଙ୍କ ସ୍ଵାମୀକୁ ଡାକ୍ତର ଖାନାରେ ମାଡ ମାରିବା ଘଟଣା  ଦୁଇ ସିକୁରିଟ ଗାଡା ଗିରଫ

ପାଟଣାଗଡ଼ - ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଖ୍ତ ଡାକ୍ତର ଖାନାରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ହସ୍ପିଟାଲରେ ନିୟୋଜିତ ଥିବା ଦୁଇ ଜଣ ସୁରକ୍ଷା କର୍ମୀ ଜଣେ ରୋଗି ଙ୍କ ସ୍ଵାମୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାଟି ଗତକାଲି ଘଟିବା ପରେ ବିଭିନ୍ନ ମହଲରୁ ନିନ୍ଦା ମଧ୍ୟ କରାଯାଇଥିଲା । ଗତକାଲି ଏହି ଘଟଣାକୁ ନେଇ ପାଟଣାଗଡ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ କାରି ବା ମାଡ ଖାଇବା ଥିବା ଯୁବକ ଜଣକ ହେଲେ ଖଲିପଥର ଗ୍ରାମର ଭିମ ସୁନା । ସୁଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଭିମ ତାଙ୍କ ସ୍ତ୍ରୀଙ୍କୁ ଘରେ ଏକ ସାପ କାମୁଡ଼ି ଦେବାରୁ ତାଙ୍କ ସ୍ତ୍ରୀ କୁ ଚିକିତ୍ସା ପାଇଁ ପାଟଣାଗଡ ଡାକ୍ତର ଖାନାକୁ ଆଣିଥିଲେ । ସେହି ସମୟରେ ହସ୍ପିଟାଲ ଭିତରେ କୈ।ଣସି କର୍ମଚାରୀ ତାଙ୍କ ସ୍ତ୍ରୀ କୁ ଚିକିତ୍ସା କରିବା ସମୟରେ ନଥିବାରୁ ସେ ଏକ ଭିଡିଓ ଉତ୍ତୋଳନ କରିଥିଲେ । ସେହି ସମୟରେ ଡ଼ାକ୍ତରଖାନାରେ ନିୟୋଜିତ ଥିବା କିଛି ସିକୁରିଟି ଗାଡ ଓ କର୍ମୀମାନେ ଭିମ ଙ୍କ ପାଆକୁ ଆସି ଭିଡିଓ ଡିଲେଟ କରିବାକୁ ଧମକ ଦେଇଥିଲେ । ପରେ ଭିମ ସେମାନନଙ୍କୁ ପ୍ରଥମେ ମୋ ସ୍ତ୍ରୀ କୁ ଚିକିତ୍ସା କରନ୍ତୁ ପରେ ଭିଡିଓଟି ମୋବାଇଲରୁ ଟେଲେଟ କରିବି ବୋଲି କହିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହେଉଛି । ଏପରିକି ତାଙ୍କୁ ରାତି ୧୨ ଟା ସମୟରେ ତୋ ସ୍ତ୍ରୀ କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଡାକ୍ତର ଖାନାକୁ ନିଅନ୍ତୁ ବୋଲି ମୋତେ ଡାକ୍ତର ଖାନା କର୍ମଚାରୀ କହିଥିଲେ ବେଲେ ମାଡ ଭୟରେ ଯୁବକ ଜଣକ ଯାଇନଥିଲେ । ମଙ୍ଗଳବାର ପାଟଣାଗଡ ଥାନାକୁ ସ୍ବାମୀ ସ୍ତ୍ରୀ ଦୁହେଁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣକୁ ଗୁରୁତର ଭାବେ ନେଇ ଅଭିଯୋଗ କୁ ଆଧାର କରି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଏଘଟଣା ସମ୍ପର୍କରେ ଉପଖଖ୍ତ ଚିକିତ୍ସା ଅଧିକାରୀ ଙ୍କୁ ପଚାରି ବାରୁ ସେ ଯୁବକ ଜଣକ ତାଙ୍କ ସ୍ତ୍ରୀ କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ । ସେ ମଦପିଇ ଡ଼ାକ୍ତର ଖାନା ଭିତରେ କର୍ମଚାରୀ ମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ । ସେଥିପାଇଁ ଏଭଲି ଘଟଣା ଘଟିଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏହାର ତଦନ୍ତ କରୁଛି । ପ୍ରକୃତରେ ଯିଏ ଦୋଷୀ ତାର ଦଣ୍ଡ ପାଇବ ବୋଲି ଏସଡିଏଓ କହିଥିଲେ ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie