LaraMag - Sistem Berita / Majalah Laravel Multibahasa

Header
collapse
...
Home / Education / ଜଲୁନି ଷ୍ଟ୍ରିଟ ଲାଇଟ, ଅନ୍ଧାରରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା

ଜଲୁନି ଷ୍ଟ୍ରିଟ ଲାଇଟ, ଅନ୍ଧାରରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା

Jun 12, 2026  Sachchida Nanda Mahakur  45 kali dilihat
ଜଲୁନି ଷ୍ଟ୍ରିଟ ଲାଇଟ, ଅନ୍ଧାରରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନୂଆ ଉପଖଣ୍ଡ ଡାକ୍ତରଖାନାରେ ଏବେ ରୋଗୀଙ୍କ ଚିକିତ୍ସା ସେବା ଚାଲିଛି । ଲୋକଙ୍କୁ ଉତ୍ତମ ମାନର ଚିକିତ୍ସା ଯୋଗାଇଦେବା ପାଇଁ ସହରରୁ ତିନି କିଲୋମିଟର ଦୂର ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାର ଗଙ୍ଗାସାଗର ନିକଟରେ ନୂଆ ଡାକ୍ତରଖାନା ଆରମ୍ଭ ହୋଇଛି । ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୨୦୨୪ ରେ ଉଦ୍‌ଘାଟନ କରିଥିଲେ । ବର୍ଷେ ପରେ ଡିସେମ୍ବର ୨୦୨୫ ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ତଥାପି ପୁରୁଣା ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ଶିଶୁ ରୋଗ ବିଭାଗ ଚାଲୁଥିଲା । ଗତ ୫-୬ ମାସ ତଳେ ନୂତନ ଡାକ୍ତରଖାନା ପରିସରରେ ଥିବା କୋଠାକୁ ଏହି ଦୁଇଟି ବିଭାଗକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରାଯାଇଛି । ଏବେ ଡାକ୍ତରଖାନାରେ ସବୁ ବିଭାଗ ରହିଥିବା ବେଳେ ରୋଗୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ହେଲେ ଡାକ୍ତରଖାନା ନିଛାଟିଆ ସ୍ଥାନରେ ଥିବାରୁ ଲୋକେ ରାତିରେ ଯିବାଆସିବା କରିବାକୁ ସୁରକ୍ଷିତ ମାନୁ ନାହାନ୍ତି । ଏଭଳି ସ୍ଥିତିରେ ରାସ୍ତାଟି ଅନ୍ଧାର ରହୁଥିବାରୁ ଲୋକଙ୍କ ଭୟ ଲାଗି ରହୁଛି । ନାୟାରା ପେଟ୍ରୋଲ ପମ୍ପଠାରୁ ବଥର୍ଲା ଛକ ପର୍ଯ୍ୟନ୍ତ ଏନଏସି ପକ୍ଷରୁ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡ଼ିରହିଛି । ଯେଉଁ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ବଥର୍ଲା ଛକଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଜଳୁଛି । ତାହା ପୁଣି ସବୁଦିନ ଜଳୁନାହି । କିନ୍ତୁ ଆଶ୍ଚର୍ଯ୍ୟର କଥା କୋଟି କୋଟି ଟଙ୍କା ଖର୍ଚ୍ଚକରି ଏହି ନୂତନ ଡାକ୍ତରଖାନାଟି ମୁଖ୍ୟ ରାସ୍ତାରୁ ମାତ୍ର ଦୁଇ-ତିନି ଶହ ମିଟର ଦୂରରେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଠାକୁ ଯିବାକୁ ଥିବା ରାସ୍ତାରେ ଗୋଟିଏ ହେଲେ ବି ଷ୍ଟ୍ରିଟ ଲାଇଟ୍ ଲାଗିପାରି ନାହିଁ । ଅନ୍ଧାରୁଆ ରାସ୍ତାରେ ପ୍ରାୟ ରାତିରେ ଅନେକ ସମୟରେ ବିଷାକ୍ତ ସାପ ମଧ୍ୟ ଦେଖିବାକୁ ମିଳୁଛି ଯାହାଦ୍ୱାରା ରୋଗୀ ତଥା ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ଦାବି ହେଉଛି ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie