LaraMag - Sistem Berita / Majalah Laravel Multibahasa

Header
collapse
...
Home / Education / ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଲେ ଏଏସଆଇ

ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଲେ ଏଏସଆଇ

Jun 13, 2026  Sachchida Nanda Mahakur  53 kali dilihat
ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଲେ ଏଏସଆଇ

ଅନୁଗୋଳ: ଭିଜିଲାନ୍ସ ଜାଲରେ ଜରପଡ଼ା ଥାନା ASI । ୮୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଏଏସଆଇ ସୀତା ନାୟକଙ୍କୁ ଧରିଲା ଭିଜିଲାନ୍ସ । ଏକ ମାମଲାର ରଫାଦଫା ପାଇଁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନାର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ସୀତା ନାୟକଙ୍କୁ ରଙ୍ଗେହାତରେ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଏଏସଆଇ ସୀତା ନାୟକ ଜରପଡ଼ା ଥାନାରେ ପଞ୍ଜିକୃତ ହୋଇଥିବା ଏକ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ଅଭିଯୋଗକାରୀ ଏବଂ ବିପକ୍ଷ ଦଳ ମଧ୍ୟରେ ଆପୋଷ ବୁଝାମଣା କରାଇବା ପାଇଁ ସେ ଅଭିଯୋଗକାରୀଙ୍କୁ ପ୍ରଥମେ ୧୦,୦୦୦ ଟଙ୍କା ଦାବି କରିଥିଲେ। ତେବେ ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଏହି ରାଶିକୁ କମାଇ ୮,୦୦୦ ଟଙ୍କା କରାଯାଇଥିଲା। ଏହି ବେଆଇନ ଦାବି ପୂରଣ କରିବାକୁ ନଚାହିଁ ଅଭିଯୋଗକାରୀ ସିଧାସଳଖ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଏକ ଜାଲ ବିଛାଇଥିଲା। ଅଭିଯୁକ୍ତ ଏଏସଆଇ ନିଜ ଥାନା ପରିସରରେ ଅଭିଯୋଗକାରୀଙ୍କ ଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫଦାରୀ ପରେ ଅଭିଯୁକ୍ତ ଏଏସଆଇଙ୍କ ସମ୍ଭାବ୍ୟ ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ତାଙ୍କ ସହ ଜଡିତ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie