LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଓୟୁଜେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

ଓୟୁଜେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

Jun 24, 2026  Sachchida Nanda Mahakur  69 kali dilihat
ଓୟୁଜେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନ୍ଏସି ରାମପୁର ସ୍ଥିତ ଏକ ଆମ୍ବ ବଗିଚା ଠାରେ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ଜିଲ୍ଲା ସଭାପତି ପ୍ରଦିପ୍ତ ମିଶ୍ର ଙ୍କ ନେତୃତ୍ବରେ ବୁଧବାର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓୟୁଜେ ରାଜ୍ୟ ସମ୍ପାଦକ ରିତୁରାଜ ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ, ରାଜ୍ୟ ଟ୍ରିବ୍ୟୁନାଲ କମିଟି ସଭାପତି ଦୀପକ୍ ସମଜଦାର , ନିର୍ବାଚନ କମିଟି କୋଡିନେଟର ସୁରେଶ ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଅନ୍ତରଜାମି ପ୍ରସାୟତ, ବରିଷ୍ଠ ସାମ୍ବାଦିକ ସଦାସିଫ ସରାଫ ଙ୍କ ସମେତ ବିଜେପି ଜିଲ୍ଲା ସଭାପତି ତଥା ସାମ୍ବାଦିକ ଶ୍ରୀବତ୍ସ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ବୈଠକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅତିଥି ମାନେ ଆଲୋଚନା କରିଥିବାବେଲେ ସଂଗଠନକୁ ଆଗକୁ କପରି ସୁଦୃଢ଼ କରାଯିବ ସେନେଇ ମଧ୍ୟ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏପରିକି କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ପେନସନ,ପ୍ରୋଟେକସନ ଓ ଏକ୍ରିଡିଏସନ ଏହି ସବୁ ସମସ୍ୟା ଗଡିକୁ ନେଇ ଗଠନ କରିଯାଇଥିବା ସାତ ଜଣିଆ ଏକ କମିଟି ବିଜେପି ଜିଲ୍ଲା ସଭାପତି ଶ୍ରୀ ବେହେରାଙ୍କ ନେତୃତ୍ବରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେବାସହ ଏନେଇ ଆଲୋଚନା କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରେ ଥିବା କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie