LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଦୋକାନ ରେ ଲାଗିଲା ନିଆଁ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି

ଦୋକାନ ରେ ଲାଗିଲା ନିଆଁ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି

Th06 26, 2026  Sachchida Nanda Mahakur  20 lượt xem
ଦୋକାନ ରେ ଲାଗିଲା ନିଆଁ   ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି

ବଲାଙ୍ଗିର : ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ାର ଫିସେରୀ ଅଫିସ ସମ୍ମୁଖରେ ଥିବା ଜଳରାମ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ପାଖାପାଖି ୮ ଗୋଟି ଦୋକାନର କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ମାର୍କେଟ କମ୍ପ୍ଲେକ୍ସରେ ଥିବା ଇଭି ସର୍ଭିସ ସେଣ୍ଟର, ହିରୋ ସ୍ପେୟାର ପାର୍ଟସ୍‌, ଫର୍ଣ୍ଣିଚର୍, ଔଷଧ ଦୋକାନ, ମିଠା ଦୋକାନ, ଟୁହ୍ୱିଲର ସର୍ଭିସ ସେଣ୍ଟର ଭଳି ଦୋକାନ ଗୁଡ଼ିକ ଥିଲା । ହଠାତ୍ ଭୋର୍‌ରୁ ମାର୍କେଟ କମ୍ପ୍ଲେକ୍ସ ମାଲିକ ଧୂଆଁ ବାହାରୁଥିବା ଦେଖି ଦୋକାନ ମାଲିକ ମାନଙ୍କ ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲା । ନିଆଁ ଏତେ ଜୋର ଲାଗିଥିଲା ଯେ ଇଭି ସର୍ଭିସ ସେଣ୍ଟରରେ ଯେତେ ସବୁ ଗାଡ଼ି ଥିଲା ଓ ସ୍ପେୟାର ପାର୍ଟସ୍‌ ସେଣ୍ଟର ଓ ଫର୍ଣ୍ଣିଚର୍ ଦୋକାନ ସାମଗ୍ରୀ ସବୁ ସମ୍ପୂର୍ଣ୍ଣ ଜଳି ପଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ ଦୋକାନ ଗୁଡିକୁ ଅଳ୍ପ ନିଆଁ ଲାଗିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ହିଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ୮ ଗୋଟି ଦୋକାନର ପାଖାପାଖି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie