LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଠେଙ୍ଗା ମାଡରେ ଜଣେ ମୃତ, ତିନ ଆହାତ

ଠେଙ୍ଗା ମାଡରେ ଜଣେ ମୃତ, ତିନ ଆହାତ

Th07 04, 2026  Sachchida Nanda Mahakur  45 lượt xem
ଠେଙ୍ଗା ମାଡରେ ଜଣେ ମୃତ, ତିନ ଆହାତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ମଲ୍ଲିକ ମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଯୁବକଙ୍କ ଠେଙ୍ଗା ମାଡରେ ଜଣେ ଯୁବକ ଙ୍କର ମୃତ ହୋଇଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ବିନୋଦ ସାହୁ (୪୦) । ଆହାତ ମାନେ ହେଲେ ହେମଲତା ସାହୁ,ମୁକ୍ତା ସାହୁ,ଓପନ ସାହୁ । ଆହତ ମାନ ଙ୍କ ମଧ୍ୟରୁ ଦୁଇ ମହିଲା ଓ ଜଣେ ପୁରୁଷ ଥିବା ଜଣାପଡିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରନ୍ଧର ସାହୁ । ଆହତ ହୋଇଥିବା ଯୁବକ ଓ ମହିଳା ମାନେ ପାଟଣାଗଡ ଉପଖଖ୍ତ ଚିକିତ୍ସା ଲୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୁଚନା ଅନୁସାରେ ମୃତ ବିନୋଦ ଙ୍କ ପରିବାର ଲୋକେ ଅଭିଯୁକ୍ତ କୁ ରାତ୍ରି ସମୟରେ ତାଙ୍କ ଘରେ ସୋଇବାକୁ ଯାଗା ଦେଇଥିଲେ । ଅଭିଯୁକ୍ତ ଜଣକ କିଛି ସମୟ ପର୍ଯ୍ୟନ୍ତ ସୋଇବାପରେ ମଧ୍ୟ ରାତ୍ରୀରେ ଉଠି ହଠାତ୍ ଠେଙ୍ଗା ମାଧ୍ୟମରେ ପ୍ରଥମେ ମୃତ ବିନୋଦ କୁ ଆକ୍ରମଣ କରିଥିଲେ । ପରେ ଆଉ ୩ ଜଣକ ଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ଫଲରେ ସେମାନେ ଗୁରୁତର ଆହତ ହୋଇଥିଲେ । ପରେ ପରିବାର ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ପାଟଣାଗଡ ଉପଖଖ୍ତ ଡାକ୍ତର ଖାନାକୁ ଆଣି ଭର୍ତ୍ତି କରିଥିଲେ । ଚିକିତ୍ସା ଧିନ ଅବସ୍ଥାରେ ଡାକ୍ତର ବିନୋଦକୁ ମୃତ ଘୋଷଣା କରିଥିବାବେଲେ ଆଉ ତିନି ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଏଘଟଣା ସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୁଲିସ ୧୭୩/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ପୁରନ୍ଦର କୁ ଗିରଫ କରି କୋର୍ଟ ଚାଲାଣ କରିଛି ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie